ବରଗଡ଼: ଅନ୍ଧବିଶ୍ୱାସର କୁପରିଣତି | ନିଜର ମନୋସ୍କାମନା ପୂରଣ ପାଇଁ ଜିଭ କାଟିଲେ ଜଣେ ବ୍ୟକ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଵରଗଡ଼ ଜିଲା ବିଜେପୁର ଥାନା ପୂଖାମୁଣ୍ଡା ଶିବ ମନ୍ଦିର । ସୋହେଲା ଥାନା ଜିତାପାଳି ଗ୍ରାମର ଡୋଳାମଣି ସାହୁ ନାମକ ଜଣେ ବ୍ୟକ୍ତି ମନୋସ୍କାମନା ପୂର୍ଣ୍ଣ ପାଇଁ ଜିଭ କାଟି ଅଧିଆ ପଡ଼ିଥିଲେ ।
ମନ୍ଦିର କମିଟିର ସଦସ୍ୟ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ । ଏ ନେଇ ସଂପୃକ୍ତ ବ୍ୟକ୍ତି ନାମରେ ବିଜେପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସଂପୃକ୍ତ ବ୍ୟକ୍ତି ଜଣକ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Man-Cuts-Tounge-For-Black-Magic_Thumbnail.jpg)