ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ଡିଏକେକ ମାଛ ମାର୍କେଟକୁ ଲାଗି ରହିଥିବା କେନାଲରେ ଜଣେ ବ୍ୟକ୍ତି ପଡି ମୃତ୍ୟୁବରଣ କରିଛନ୍ତି।ମୃତ ବ୍ୟକ୍ତି ଜଣକ ଝାଟିମାଟି କଲୋନିର ରାମକୃଷ୍ଣ ଗଣ୍ଡ (୪୦) ବୋଲି ଜଣାପଡିଛି। ତେବେ ତାଂକୁ ଫଡସ୍ ରୋଗ ଥିଲା। ଆଜି ସକାଳେ ଶୌଚ ପାଇଁ ହେଉ ବା ଗାଧୋଉଥିବା ବେଳେ ହଠାତ୍ ପାଣି ଭିତରେ ଫିଡସ୍ ରୋଗ ବାହାରିବାରୁ ତାଂକର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ କେନାଲ ନିକଟରେ ପହଞ୍ଚି ଶବକୁ କେନାଲରୁ ଉଦ୍ଧାର କରିଥିଲେ। ପରେ ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ କରାଇଛି।ତେବେ ପୁଲିସର ତଦନ୍ତ ଚାଲିଥିବା ବେଳେ ମୃତ୍ୟୁର କାରଣ ବ୍ୟବଛେଦ ଆସିବା ପରେ ଜଣାପଡିବ ବୋଲି କୁହାଯାଇଛି। ତେବେ ତାଂକୁ ହତ୍ୟା କିଏ ହତ୍ୟା କରିନାହାନ୍ତି ତ ବୋଲି ସାଧାରଣରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp