ରାତିରେ ଶୋଇଥିବା ବେଳେ ସର୍ପାଘାତରେ ଜଣେ ମୃତ

ପାଇକସାହି: ଅନୁଗୁଳ ଜିଲ୍ଲା ଆଠମଲିକ ବ୍ଲକର ଠାକୁରଗଡ଼ ଥାନା ଅନ୍ତର୍ଗତ ଘୋଡ଼ାବାନ୍ଧଣୀ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମୁଳିଆ ଭୋଇ (୬୦) ସୂଚନା ଅନୁସାରେ ମୁଳିଆ ମଙ୍ଗଳବାର ରାତି ଖାଇ ସାରି ଘରେ ଶୋଇଥିଲେ। ଆଜି ସକାଳୁ ସେ ନଉଠିବାରୁ ପରିବାର ଲୋକେ ତାଙ୍କୁ ଉଠାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ମୁଳିଆ ସେମିତି ଶୋଇ ରହିବାରୁ ପରିବାର ଲୋକେ ଆଠମଲିକ ଉପଖଣ୍ଡ ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତରଖାନାରେ ମୁଳିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୁଳିଆଙ୍କ ମୁଣ୍ଡରେ ସାପ କାମୁଡ଼ିବା ଭଳି ଏକ ଚିହ୍ନ ଥିବା ଜଣାପଡ଼ିଥିଲା। ପୁଲିସ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର