ବଡ଼ବିଲ: ବଡ଼ବିଲ ପୌରାଞ୍ଚଳ ୧୫ ନମ୍ବର ୱାର୍ଡ ସାଧୁସିଂହଟିଂ ଅଂଚଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମତ୍ୟୁ ଘଟିଛି। ମୃତକ ହେଲେ  ସାଧୁସିଂହଟିଂର ସୁବ୍ରତ ସେଠୀ(୩୦)। ସବୁଦିନପରି ଆଜି ଗାଧୋଇ ସାରିବା ପରେ ଘର ଅଗଣାରେ ବନ୍ଧାଯାଇଥିବା ଏକ ଲୁହା ତାରରେ ନିଜର ଓଦା ଲୁଗାକୁ ଶୁଖାଇଥିଲେ।

Advertisment

ସେହି ତାରରେ ଲୁଗା ପକାଇବା ସମୟରେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ସେ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ କିଛି ସମୟ ତାଙ୍କୁ ସେଠାରୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁବ୍ରତଙ୍କ ସ୍ତ୍ରୀ ଓ ୫ ବର୍ଷର ଏକ ପୁତ୍ର ସନ୍ତାନ ଅଛନ୍ତି। ସର୍ଟସର୍କିଟ ଯୋଗୁଁ ଲୁଗାଶୁଖା ତାରରେ ବିଦ୍ୟୁତ କରେଣ୍ଟ ଚାର୍ଜ ହୋଇଯାଇଥିବା ଯୋଗୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ବଡ଼ବିଲ ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।