ବଳଦିଆମାଲ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବଳଦିଆମାଲ ଗ୍ରାମ ସ୍ଥିତ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡ଼ି ଗ୍ରାମର ରବି ମାଝୀଙ୍କ ପୁଅ ପଙ୍କଜ ମାଝୀ (୨୦)ଙ୍କ ମୃତ୍ୟୁ ଘଟିଛି। ପରିବାର ଲୋକ ଜୁନାଗଡ଼ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଜୁନାଗଡ଼ ପୁଲିସ୍ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।
ରୋଜଗାରକ୍ଷମ ପୁଅକୁ ହରାଇ ପରିବାର ଲୋେକ ଭାଙ୍ଗି ପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/37-18.jpg)