ଆନନ୍ଦପୁର: ସୁଆପୁର-ରେମାଳ ରାସ୍ତାରେ ବାଇକ୍‌ରୁ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଘସିପୁରା ଥାନା ଅନ୍ତର୍ଗତ ନୂଆବରିପାଳ ଧୁବୁଲାହୁଡ଼ି ଗ୍ରାମର ଲକ୍ଷ୍ମଣ ଟୁଡ଼ୁଙ୍କ ପତ୍ନୀ ମେନକା ଟୁଡ଼ୁ (୨୯)। ମେନକା ଆଜି ସ୍ବାମୀ ଲକ୍ଷ୍ମଣଙ୍କ ସହ ଯାଉଥିବା ବେଳେ ବାଇକ୍‌ରୁ ଖସି ପଡ଼ିଥିଲେ।

Advertisment

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।