ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ହୋଟେଲରେ ଖାଇବାକୁ ବସିଥିବା ଅବସ୍ଥାରେ ହଠାତ୍ ଚୌକିରୁ ତଳକୁ ଖସିପଡ଼ି ଜଣେ ବସ୍ ଯାତ୍ରୀ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ। ବୟସ ୩୫ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ଅନୁମାନ କରାଯାଉଛି।
ଖବର ଅନୁସାରେ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରୁ କରଞ୍ଜିଆ ଅଭିମୁଖେ ଯାଉଥିବା ଝାଡ଼େଶ୍ଵରୀ ନାମକ ଯାତ୍ରୀବାହୀ ବସ୍ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ସୋତିସ୍ଥିତ ହୋଟେଲ ନ୍ୟୁ ଶାନ୍ତି ସମ୍ମୁଖରେ ଅଟକିଥିଲା। ଯାତ୍ରୀମାନେ ହୋଟେଲରେ ଖାଇବାକୁ ବସିଥିଲେ। ଖାଇବାକୁ ବସିଥିବା ଜଣେ ଯୁବକ ହଠାତ ଚୌକିରୁ ତଳକୁ ଖସିପଡ଼ି ସଂଜ୍ଞାହୀନ ହୋଇପଡ଼ିଥିଲେ। ଏହା ଦେଖି ସଙ୍ଗେସଙ୍ଗେ ହୋଟେଲ ମାଲିକ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାଣିକୋଇଲି ପୁଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ଏଏସ୍ଆଇ ଉଦୟ ନାଥ ସୋରେନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)