ଲକ୍ଷ୍ମୀପୁର (ପରମେଶ୍ୱର ସାହୁ): ମୃତ୍ୟୁ ଏମିତି ବି ଆସେ। କେହି ବି କହିପାରିବେନି ଯେ, ଶବ ସତ୍କାର କରିବାକୁ ଆସି ପରିବାର ସଦସ୍ୟ ସହ ଘରକୁ ଫେରୁଥିବା ଏକ ଆକସ୍ମିକ ଦୁର୍ଘଟଣାରେ ସୁରେନ୍ଦ୍ର କନ୍ଦପାନ (୫୫)ଙ୍କ ମୃତ୍ୟୁ ହୋଇଯିବ।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗାଁରେ ଜଣେ ସଂମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ତୁନପାର୍ ସୁରେନ୍ଦ୍ର ନିଜ ପରିବାର ସହ ଆସିଥିଲେ। ସେ ତୋୟାପୁଟରେ ଶବ ସତ୍କାର କରି ଏକ ଭ୍ୟାନ ପଛପଟେ ସପରିବାର ସହ ଗାଁକୁ ଫେରୁଥିଲେ। ଭ୍ୟାନ ଡ୍ରାଇଭର ଜଣକ ଗାଡି ପଛପଟେ କ୍ରସର ବ୍ରେକର ରଖାଯାଇଛି ତେଣୁ ଆସନ୍ତୁ ନାହିଁ ବୋଲି କହିବା ସତ୍ତ୍ୱେ ଗାଁକୁ ଯିବାକୁ କିଛି ଗାଡି ନାହିଁ କହି ପରିବାରର ସମସ୍ତ ସଦସ୍ୟ ଚଢିଥିଲେ।
ଗାଡିରେ ଚଢିବାର ଶହେ ମିଟର ପର୍ଯ୍ୟନ୍ତ ଗାଡି ଗଡିନଥିଲା ଡ୍ରାଇଭର ଜଣକ ଆଗପଟରୁ ଆସୁଥିବା ଅନ୍ୟ ଏକ ଗାଡିକୁ ଦେଖି ବ୍ରେକ୍ ମାରିବା କ୍ଷଣି କ୍ରସର ବ୍ରେକରଟି ସୁରେନ୍ଦ୍ରକୁ ଚାପିଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋରାପୁଟ ଓ ପରେ ବିଶାଖାପାଟଣାକୁ ସ୍ତାନାନ୍ତରିତ କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ସୁରେନ୍ଦ୍ର ଜଣେ ଗରିବ ଲୋକ ଓ ଶବ ସତ୍କାର କରିବାକୁ ଆସି ନିଜେ ଶବ ହୋଇଯିବା ଘଟଣା ସ୍ଥାନୀୟ ଅଚଂଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ଲକ୍ଷ୍ମୀପୁର ପୁଲିସ ଭ୍ୟାନକୁ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/laxmipur1-1.jpg)