ଦଶରଥପୁର : ଦଶରଥପୁର ଥାନା ଗ୍ରାମନନ୍ଦିପୁର ପଞ୍ଚାୟତ ଶିରିପୁର ଗ୍ରାମର ବାବାଜୀ ସାହୁଙ୍କ ପୁଅ ଅକ୍ଷୟ(୫୦)ଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଏନେଇ ବିଦ୍ୟୁତ୍ ବିଭାଗ ଦଶରଥପୁର ସର୍କଲର ଆସିଷ୍ଟାଷ୍ଟ ମ୍ୟାନେଜର ଡି. ଏସ୍. ପାଣିଗ୍ରାହୀ ଥାନାରେ ଅଭିଯୋଗ କରିଛନ୍ତି।
ଦଶରଥପୁର ଥାନା ପୁଲିସ ମୃତଦେହ ଜବତ କରି ୧୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆଜି ସକାଳେ ଅକ୍ଷୟ ତାଙ୍କ ଘରେ କାର୍ଯ୍ୟ କରୁଥିବା ବେଳେ ଅସାବଧାନତା କାରଣରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/23-16.jpg)