ପୁରୀ: ଶ୍ରୀମନ୍ଦିର ସମ୍ମୁଖ ପବିତ୍ର ବଡ଼ଦାଣ୍ଡ ମଙ୍ଗଳବାର ରକ୍ତରଂଜିତ ହୋଇପଡିଛି। ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଗୁଳି ଳିମାଡ଼ ହୋଇଛି। ଦୁର୍ବୃତ୍ତଙ୍କ ଗୁଳିମାଡରେ ସମ୍ପୃକ୍ତ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକ ହେଲେ ଟାଉନ୍‌ ଥାନା ଅନ୍ତର୍ଗତ ତଳୁଛ ସାହିର ଶିବରାମ ପାତ୍ର। ତେବେ ପୁଲିସ ଅଳ୍ପ ସମୟ ମଧ୍ୟରେ ଗୁଳି ମାଡ କରିଥିବା ଅଭିଯୁକ୍ତ ଚନ୍ଦନ ବାରିକଙ୍କୁ ବାନ୍ଧିଛି। ତେବେ ଘଟଣାକୁ ନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି। ଗୁଳିମାଡ ହେବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସ୍ଥାନୀୟ ଲୋକେ ଓ ଶ୍ରଦ୍ଧାଳୁଙ୍କ ଆତଯାତ ସମୟରେ ଏଭଳି ଗୁଳିମାଡ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

publive-image

ପୁରୀ ଏସ୍‌ପି  କେ. ବିଶାଲ ସିଂହ କହିଛନ୍ତି, ବଡ଼ଦାଣ୍ଡର ଏମାର ମଠ ସାମ୍ନାରେ ଶିବରାମ ପାତ୍ରଙ୍କୁ ଚନ୍ଦନ  ଅତି ନିକଟରୁ ଗୁଳି କରିଥିଲା। ଗୁଳିଳିମାଡ଼ର ଶିକାର ହେବା ପରେ ଶିବରାମ ତଳେ ପଡ଼ିଯାଇଥିଲେ। ତାଙ୍କର ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେ ତଳେ ପଡ଼ି ଛଟପଟ ହେଉଥିଲେବି ତାଙ୍କ ପାଖକୁ ଯିବାକୁ ଲୋକେ ଭୟ କରିଥିଲେ। ସୂଚନା ପାଇ ପୁଲିସ କମ୍‌ ସମୟ ମଧ୍ୟରେ ଶିବରାମଙ୍କ ପାଖରେ ପହଞ୍ଚିଥିଲା। ତତ୍‌କ୍ଷଣାତ ଏକ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଶିବରାମଙ୍କୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ଶିବରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

publive-image

ଏସ୍‌ପି ଶ୍ରୀ ସିଂହ କହିଛନ୍ତି ଯେ, ଖୁବ୍‌ କମ ସମୟ ମଧ୍ୟରେ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତ ଚନ୍ଦନଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି। ସେହିପରି ଘଟଣାସ୍ଥଳରୁ ଖୋକା ଜବତ ହୋଇଛି। ଅଭିଯୁକ୍ତକୁ ପୁଲିସ ପଚରାଉଚରା କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ଚନ୍ଦନଙ୍କୁ ଏନେଇ ପଚରାଉଚରା ଜାରି ରଖିଛି ‌ପୁଲିସ