ସିଙ୍ଗଡ଼ା: ମୟୂରଭଞ୍ଜ ଜିଲ୍ଲାର ଜଣେ ବିଚାରାଧୀନ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଯଶିପୁର ବ୍ଲକ୍ ପଡ଼ାଗଡ଼ା ଗାଁ’ର ବଳରାମ ହେମ୍ବ୍ରମଙ୍କ ପୁଅ ସାମାଇ ହେମ୍ବ୍ରମ (୩୦)ଙ୍କ ନାମରେ ଏକ ହତ୍ୟା ମାମଲା ଥିଲା। ସେ ବିଚାରାଧୀନ କଏଦୀ ଭାବେ ଗତ ଜୁନ୍ ୨୧ ତାରିଖରୁ କରଞ୍ଜିଆ ଉପଖଣ୍ଡ ଜେଲ୍ରେ ରହୁଥିଲେ। ତେବେ ବିଭିନ୍ନ ସମୟରେ ସମାଇଙ୍କ ଶରୀର ଅସୁସ୍ଥ ରହୁଥିଲା। ଫଳରେ ତାଙ୍କୁ ଚିକିତ୍ସା ପାଇଁ ବାରମ୍ବାର କଟକ ବଡ଼ ଡାକ୍ତରଖାନା ନେବା ପାଇଁ ପଡ଼ୁଥିଲା।
ତେବେ ଠିକଣା ସମୟରେ ଚିକିତ୍ସା ସେବା ପ୍ରଦାନ ଲକ୍ଷ୍ୟରେ ଗତ ନଭେମ୍ବର ୨୭ ତାରିଖ ଦିନ ସାମାଇଙ୍କୁ ଚୌଦ୍ୱାର ସର୍କଲ୍ ଜେଲ୍କୁ ସ୍ଥାନାନ୍ତର କରାଯାଥିଲା। ସେହିଦିନ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଫଳରେ ସମାଇଙ୍କୁ ଜେଲ୍ କର୍ତ୍ତୃପକ୍ଷ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧ ତାରିଖ ଦିନ ସମାଇଙ୍କ ମୃତ୍ୟୁ ଘଟିଛି। ଏନେଇ କରଞ୍ଜିଆ ଉପଖଣ୍ଡ ଜେଲର୍ ପ୍ରଦୀପ କୁମାର ମାହାଳିକ ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ପରେ ସମାଇଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)