ଯାଜପୁର: କୂଅରୁ ମଲା ବିଲେଇ ବାହାର କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ

ଯାଜପୁର: ଧର୍ମଶାଳା ଥାନା ଦେଓଦା ପଞ୍ଚାୟତ ମାଝିପାଟଣା ଗ୍ରାମର ପିତାମ୍ବର ନାୟକଙ୍କ କୂଅରୁ ମଲା ବିଲେଇ ବାହାର କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁର ଶିକାର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ଦୀନକ ସାହୁ(୪୨)। ଘଟଣା ସକାଳ ସମୟରେ ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ୍‌ ଘଟଣାସ୍ଥଳରେ ପହଁଞ୍ଚିନାହିଁ କିମ୍ବା ମୃତକ ପରିବାରକୁ କୌଣସି ସହାୟତା ମିଳି ନ ଥିବାରୁ ଗ୍ରାମରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର