ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବେତଣ୍ଡା ଗ୍ରାମରେ ବିଦ୍ୟୁତ ଖୁଣ୍ଟ ମରାମତି କରୁଥିବା ବେଳେ ଜଣେ ଠିକା ଶ୍ରମିକ ଜୀଅନ୍ତା ଜଳି ଯାଇଛନ୍ତି। ମୃତ ଶ୍ରମିକ କେନ୍ଦୁଝର ଜିଲ୍ଲାର ରାଇସୁଆଁ ଥାନା ମହାଦେଇପୁର ଚର୍ତୁଭୂଜ ସେଟ୍ଟୀଙ୍କ ପୁଅ ଦିନବନ୍ଧୁ ସେଟ୍ଟୀ ଓ ବୟସ ୨୪ ବର୍ଷ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବେତଣ୍ଡା ଗ୍ରାମରେ ପାଣି ଟାଙ୍କି କାମ ଚାଲିଥିଲା। ଏହି କାମରେ ଦିନବନ୍ଧୁ ସେଟ୍ଟୀ ବିଦ୍ୟୁତ ସଂଯୋଗ ଦାୟିତ୍ୱରେ ଥିଲେ। ଆଜି ଅପରାହ୍ନରେ ଦିନବନ୍ଧୁ ଉଚ୍ଚ କ୍ଷମତା ଥିବା ବିଦ୍ୟୁତ ଖୁଣ୍ଟରେ ଚଢ଼ି ପାଣି ଟାଙ୍କିକୁ ବିଦ୍ୟୁତ ସଂଯୋଗ କରୁଥିଲେ। ଲାଇନ୍ କାଟି ସେ ଖୁଣ୍ଟରେ ଚଢ଼ି ଥିଲେ ସୁଦ୍ଧା ଏହି ସମୟରେ ତାରରେ ହାଠତ୍ ବିଦ୍ୟୁତ ଚାଲି ଆସିଥିଲା, ଫଳରେ ଘଟଣାସ୍ଥଳରେ ସେ ଜୀଅନ୍ତା ଜଳି ଯାଇଥିଲେ। ଖବର ପାଇ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ପରିବାରଙ୍କୁ ଖବର ଦେବା ସହିତ ଦିନବନ୍ଧୁଙ୍କ ଶବକୁ ଜବତ କରି ଧର୍ମଶାଳା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/BlueStacks_ScreenShot-12.jpg)