ପିପିଲି: ଥଟ୍ଟାମଜା କରୁ କରୁ ଯୁବକଙ୍କୁ ଟେକି କଚାଡି ଦେଲେ, ଡାକ୍ତରଖାନାରେ ହେଲା ମୃତ୍ୟୁ

ପିପିଲି: ପୁରୀ ଜିଲ୍ଲାରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଥଟ୍ଟାମଜା କରୁକରୁ ହତ୍ୟାକାଣ୍ଡ ପର୍ଯ୍ୟନ୍ତ କଥା ଯାଇ ପହଞ୍ଚି ଯାଇଥିଲା। ମୃତକ ନାମ ସୁରେନ୍ଦ୍ର ବେହେରା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପିପିଲି ଥାନା ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ମୂର୍ଦ୍ଧନୀପୁର ଗାଁରେ ସୁରେନ୍ଦ୍ର ବେହେରାଙ୍କ ସହିତ ବ୍ରହ୍ମପୁର ଗାଁର ପ୍ରଫୁଲ୍ଲ କୁମାର ଦଳେଇ (ବାବାଜୀ) ଥଟ୍ଟାମଜା କରିଥିଲେ। ଦୁହିଁଙ୍କ ମଧ୍ୟରେ ଏମିତି ଥଟ୍ଟାମଜା ଚାଲୁଚାଲୁ ଏଥିରେ ସୁରେନ୍ଦ୍ର ରାଗି ଯାଇ ପ୍ରଫୁଲ୍ଲଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। ଏହି କଥାରେ ପ୍ରଫୁଲ୍ଲ ଉତ୍ତେଜିତ ହୋଇ ସୁରେନ୍ଦ୍ରଙ୍କୁ ମାଡ଼ ମାରିଥିଲେ। ପରେ ସେ ତାଙ୍କୁ ଟେକି ଜୋରରେ କଚାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ସୁରେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ମଙ୍ଗଳପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପିପିଲି ଥାନା ପୁଲିସ ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର