ଜପୁର: ଜୟପୁର ଥାନା ଅନ୍ତର୍ଗତ ବାପୁଜୀ ନଜରରେ ରହୁଥିବା ଜଣେ ନାବାଳିକାଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଭିତ୍ତିିରେ ପୁଲିସ ଯୁବକଙ୍କୁ ଥାନାରେ ଅଟକ ରଖିଥିବା ବେଳେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତକାଲି ଦିନ ପ୍ରାୟ ୧୧ଟା ବେଳେ ନାବାଳିକା ଜଣକ ଶୌଚ ହେବା ପାଇଁ ବାହାରକୁ ଯାଇଥିବା ବେଳେ ରାମନାଥ ସୁନା (୨୨ ବର୍ଷ) ନାମକ ସେହି ଅଞ୍ଚଳର ଜଣେ ଯୁବକ ତାଙ୍କୁ ସେଠାରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଚେତାଶୂନ୍ୟ ହୋଇ ପଡ଼ିବାରୁ ତାଙ୍କୁ ଏକ ବୁଦା ମୂଳକୁ ଫିଙ୍ଗି ଦେଇ ରାମନାଇ ସୁନା ଫେରାର ହୋଇ ଯାଇଥିଲା। ଦୀର୍ଘ ସମୟ ଧରି ଝିଅ ଘରକୁ ନ ଫେରିବାରୁ ତାଙ୍କ ବାପା ଖୋଜିବାକୁ ଯାଇ ଏକ ବୁଦାମୂଳରେ ମୁମୁର୍ଷୁ ଅବସ୍ଥାରେ ନାବାଳିକା ଜଣକ ପଡ଼ିଥିବା ଦେଖି ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଥିିଲେ। ସେଠାରେ ଚିକିତ୍ସିତ ହେବା ପରେ ରାମନାଥ ସୁନା ତାଙ୍କ ପ୍ରତି ଖରାପ ବ୍ୟବହାର କରିଛନ୍ତି ବୋଲି ନାବାଳିକା ଜଣକ କହିବା ପରେ ଗତକାଲି ରାତି ପ୍ରାୟ ୧୨ଟା ବେଳେ ପରିବାର ପକ୍ଷରୁ ଜୟପୁର ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାମନାଥ ସୁନାଙ୍କୁ ଥାନାରେ ଅଟକ ରଖ ପଚରାଉଚରା କରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp