ଟ୍ରକ ଧକ୍କାରେ ବାଇକ ଚାଳକ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବଅଁରପାଳ: ଅନୁଗୁ‌ଳ ଜିଲ୍ଲା ଅନ୍ତର୍ଗତ ବଅଁରପାଳ ଥାନା ୧୪୯ ନଂ ଜାତୀୟ ରାଜପଥ ଜୁରାଗାଡ଼ିଆ ମୁଣ୍ଡା ହାଟିଙ୍ଗ ନିକଟରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ବାଇକ ଚାଳକ ଜଣକ ପ୍ଲାଣ୍ଟରୁ କାର୍ଯ୍ୟ କରି ଘରକୁ ଫେରୁଥିବା ବେଳେ ଟ୍ରକ୍‌ଟି ଧକ୍କା ଦେବା ଫଳରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଅନୁଗୁଳ ଥାନା ଆଙ୍କୁଲା ଗ୍ରାମର ଚଣାମୁଣ୍ଡ ନୂଆ ସାହିର ନରୋତ୍ତମ ବେହେରା (୩୦)। ସେ ଟାଟା ଷ୍ଟିଲ ବିଏସଏଲ କମ୍ପାନୀରେ ଟ୍ରକ ଚାଳକ ଭାବେ ଠିକା ନିଯୁକ୍ତି ଭାବରେ କାମ କରନ୍ତି। ଆଜି ସେ ‘ଏ’ ସିଫ୍ଟ କାର୍ଯ୍ୟ ସାରି ନିଜ ବାଇକ (ଓଡ଼ି୧୯ଟି ୦୬୨୬)ରେ ଘରକୁ ଫେରିବା ବେଳେ ପ୍ଲାଣ୍ଟ ଠାରୁ କିଛି ଦୂର ବଅଁରପାଳ ଥାନା ମୁଣ୍ଡା ହାଟିଙ୍ଗ ସାମ୍ନା ୧୪୯ ନଂ ଜାତୀୟ ରାଜପଥ ଉପରେ ନରୋତ୍ତମଙ୍କୁ ପ୍ରଥମେ ଏକ କାର (ଓଡ଼ି ୦୨ ୬୫୭୨) କଣ୍ଟାବଣିଆ ପାର୍ଶ୍ଵରୁ ବଅଁରପାଳ ଆଡ଼କୁ ଯାଉଥିବା ଗାଡ଼ି ସାଇଡ଼ କଟ୍‌ ମାରି ଦେବା ଫଳରେ ନରୋତ୍ତମ ରାସ୍ତାରେ ଭରଶ୍ୟାମ ହରାଇ ଖସି ପଡ଼ିଥିଲେ ପରେ ତାଙ୍କୁ ଏକ ଅଜଣା ଟ୍ରକ ଧକ୍କା ଦେଇଥିଲା।

ଘଟଣା ସ୍ଥଳରୁ ଟ୍ରକ୍‌ଟି ଖସି ପଳାଇଥିଲା। ନରୋତ୍ତମଙ୍କର ମୃତ୍ୟୁ ଘଟିଥିବା ବେଳେ ଶବ ରଖି ସ୍ଥାନୀୟ ଜନସାଧାରଣ ଓ ନରୋତ୍ତମଙ୍କର ପରିବାର ଲୋକ ୧୪୯ ନଂ ଜାତୀୟ ରାଜପଥ ଢେ଼ଙ୍କାନାଳ ଅନୁଗୁଳ ମୁଖ୍ୟ ରାସ୍ତାକୁ ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି। ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର