ଟ୍ରକ୍ ଚାପାରେ କାଉଡ଼ିଆର ମୃତ୍ୟୁ, ଅଧୁରା ରହିଗଲା ଜଳାଭିଷେକ ଓ ଶିବ ଦର୍ଶନ

ରାୟଗଡ଼ା: ରାୟଗଡ଼ା-ବିଶାଖାପାଟଣା ରାଜପଥ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଚାପାରେ ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଛି। ମୃତ କାଉଡିଆଙ୍କ ନାମ ଶିବ କୁମାର ଆଚାର୍ଯ୍ୟ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭାରସାମ୍ୟ ହରାଇ ଟ୍ରକଟି କାଉଡିଆଙ୍କ ବାଇକକୁ ଧକ୍କା ଦେବାସହ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ କାଉଡିଆଙ୍କ ମୃତ୍ୟୁ ହୋଇ ଯାଇଥିଲା। ଶେଷଖାଲ ପୁଲିସ ମୃତଦେହ ଜବତ କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସୂଚନା ମୁତାବକ, ଦୁର୍ଘଟଣାର ଶିକାର କାଉଡିଆ ଜଣଙ୍କ ଜଳାଭିଷେକ ପାଇଁ ଶେଷଖାଲ ଅଭିମୁଖେ ଯାଉଥିଲେ। ବାଇକରେ ଯାଉଥିବା ସମୟରେ ଆନ୍ଧ୍ରରୁ ଝାରସୁଗୁଡା ଅଭିମୁଖେ ଆସୁଥିବା ଏକ ମାଲବାହୀ ଟ୍ରକ କାଉଡିଆଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରେ ପ୍ରଚୁର ରକ୍ତସ୍ରାବ ହେବା ଯୋଗୁ ଶିବଙ୍କ ମୃତ୍ୟୁ ହୋଇଥିଲା। ମୃତ ଶିବଙ୍କ ଘର ରାୟଗଡ଼ା ସହରର ରାଣୀଗୁଡା ଫାର୍ମ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର