ଦେବଗଡ଼: ସାପ କାମୁଡାରେ ଗୁରୁବାର ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରିଆମାଳ ବ୍ଲକ ଅନ୍ତର୍ଗତ ଚଛୁପାଲି ଗ୍ରାମର ସମା ମୁଣ୍ଡାଙ୍କ ପୁଅ ସାଗର ମୁଣ୍ଡା(୩୯)। ପ୍ରାପ୍ତ ସୂଚନା ଅନୁଯାୟୀ, ଚଛୁପାଲି ଗ୍ରାମର ସାଗର ଗତକାଲି ବୁଧବାର ରାତିରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା। ଆଜି ଗୁରୁବାର ସକାଳେ ସାଗର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଦେବଗଡ ଆଦର୍ଶ ଥାନା ପୁଲିସ ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-body.jpg)