ହରଭଙ୍ଗା: ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ରମ୍ଭିକଟା ଗ୍ରାମ ପୋଖରୀକୁ ଗାଧେଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ବସନ୍ତ ପ୍ରଧାନ (୩୬)।
ପ୍ରାପ୍ତ ସୂଚନା ମତେ ଦିନ ମଜୁରିଆ ଭାବେ କାମ କରୁଥିବା ବସନ୍ତ ଆଜି ମଧ୍ୟାନ୍ନରେ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ଫଳରେ ପରିବାର ଲୋକେ ବ୍ୟସ୍ତ ହୋଇଥିଲେ। ସେମାନେ ବସନ୍ତଙ୍କୁ ଖୋଜିବାକୁ ଯାଇ ପୋଖରୀ ନିକଟରେ ତାଙ୍କର ଚପଲ ଥିବା ଦେଖିବାକୁ ପାଇଥିଲେ। ଏହା ପରେ କାଳେ ପାଣି ଭିତରେ ବୁଡି ଯାଇଥିବା ସନ୍ଦେହ କରି ପାଣି ଭିତରେ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ପାଣି ଭିତରୁ ବସନ୍ତଙ୍କୁ ଉଦ୍ଧାର କରିଥିଲେ।
ପରିବାର ଲୋକେ ବସନ୍ତଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ନିକଟସ୍ଥ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ତାଙ୍କୁ ପରୀକ୍ଷା କରି ଡାକ୍ତର ମୃତ ଘୋଷଣା କରି ପୁଲିସକୁ ସୂଚନା ଦେଇଥିଲେ। ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧକୁ ପଠାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/drawn.jpg)