ସେମିଳିଗୁଡା: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଠାରେ ଛାତ କାମ ପାଇଁ ରଡ଼ ସିଧା କରିବା ବେଳେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଜି ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି ମିଳିଥିବା ସୂଚନା ଅନୁସାରେ ରାଜମିସ୍ତ୍ରୀ କାମ କରୁଥିବା ଦୁଧାରୀ ପଞ୍ଚାୟତର ମନ୍ଦାରଗୁଡା ଗ୍ରାମର ରତନ ସାନ୍ତା (୩୫) ଆଜି ସକାଳ ୧୦ ଟା ସମୟରେ ସେମିଳିଗୁଡା ଆମ୍ବେଦକର ନଗରରେ ନିର୍ମାଣଧୀନ ଥିବା ମିଶନ ଶକ୍ତି ଗୃହ କାନ୍ଥ ଉପରେ ଚଢି ଛାତ କାମ ପାଇଁ ରଡ଼ ସିଧା କରୁଥିବା ସମୟରେ ଅନ୍ୟମନସ୍କ ହୋଇ ଗୋଟିଏ ରଡ଼ ସିଧା ଉପରକୁ ଟେକି ଦେବା ଫଳରେ ରଡ଼ଟି ଉପରେ ଯାଇଥିବା ୩୩ କେଭି ବିଦ୍ୟୁତ ତାର ସହିତ ସମ୍ପର୍କରେ ଆସିବା ଫଳରେ ରତନଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଘଟଣା ସ୍ଥଳରେ ରତନ ଛିଟିକି ପଡି ଚେତାଶୂନ୍ୟ ହୋଇପଡ଼ିଥିଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ତୁରନ୍ତ ସେମିଲିଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କିଛିଦିନ ତଳେ ଆମ୍ବେଦକର ନଗର ଅଞ୍ଚଳରେ ଥିବା ଏକ କୋଠା ଉପରେ ଚୂନ ମାରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚୂନ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଉକ୍ତ ଅଞ୍ଚଳରେ ଅପେକ୍ଷା କୃତ କମ ଉଚ୍ଚତାରେ ଥିବା ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ୩୩ କେଭି ବିଦ୍ୟୁତ ତାରକୁ ସେଠାରୁ ସ୍ଥାନାନ୍ତର କିମ୍ବା ଉଚ୍ଚତା ବୃଦ୍ଧି ପାଇଁ ବିଦ୍ୟୁତ ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେୟପ ନନିଆ ନଯିବାରୁ ପୁଣି ଜଣକର ଜୀବନ ହାନିକୁ ନେଇ ସ୍ଥାନୀୟ ବାସିନ୍ଦା ସେମିଳିଗୁଡା ଜିଲ୍ଲା ପରିଷଦ -୨ ମୋହନ ଜାନି ଓ ରାଜମିସ୍ତ୍ରୀ ସଂଘ ସଭାପତି ଡାନିଏଲ ଖରା ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚି ଟାଟା ପାୱାର କାର୍ଯ୍ୟାଳୟ ଘେରାଉ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେମିଲିଗୁଡା ରାଜସ୍ବ ନିରୀକ୍ଷକ ପହଞ୍ଚି ରେଡ଼କ୍ରସ ପାଣ୍ଠିରୁ ୧୦୦୦୦ ଟଙ୍କା ର ସହାୟତା ପ୍ରଦାନ କରିଥିଲେ। ସେମିଲିଗୁଡା ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ କୋରାପୁଟ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/2d4638b6116433d3c537d0c637380c3b-750x430-1.jpg)