ଭଦ୍ରକ: ଭଦ୍ରକରେ ଏକ ବିବାହ ଉତ୍ସବରେ ବରଯାତ୍ରୀ ଯିବା ସାଜିଲା କାଳ। ପୋଲ ତଳକୁ ଖସିପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବାଣୀତିଆ ପଞ୍ଚାୟତ କୁଡ଼ିଆମାଳ ଗ୍ରାମର ବାବାଜି ଜେନା ନାମକ ୬୫ ବର୍ଷର ବୃଦ୍ଧ ବ୍ୟକ୍ତି ସେହି ଗ୍ରାମର ପଡୋଶୀଙ୍କ ବିବାହ ଉତ୍ସବରେ ଗତକାଲି ବରଯାତ୍ରୀ ହୋଇ ଯାଇଥିଲେ। ଫେରିବା ବାଟାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେତଡ଼ା ଗ୍ରାମ ସ୍ଥିତ ଏକ ପୋଲ ତଳକୁ ଖସି ପଡି ପଛପଟ ମୁଣ୍ଡରେ ଜୋରରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପରେ ସେଠାକାର ଗ୍ରାମବାସୀ ଦେଖି ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ସେଠି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ବାବାଜୀଙ୍କର ମୃତ୍ୟୁ ଘଟିଛି। ସେ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।