ପିପିଲି: ଆଜି ସକାଳେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଏକଚାଳିଆ ଗାଁ ଛକ ନିକଟରେ ଏକ କାର ଭାରସାମ୍ୟ ହରାଇ ନୟନଯୋରି ଭିତରକୁ ପଶିଯାଇଛିି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡିଓଗ୍ରାଫର ଭାବେ କାର୍ଯ୍ୟ କରନ୍ତି।
ପୁଲସ ସୂତ୍ରରୁ ପ୍ରକାଶ ଯେ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡିଓଗ୍ରାଫର ଭାବେ କାର୍ଯ୍ୟ କରୁଥିବା ସ୍ମୃତିରଞ୍ଜନ ପଣ୍ଡା ଆଜି ସକାଳେ ନିଜ ଓଡ଼ି ୧୩ ଇ ୦୨୯୨ ନମ୍ବର ବିଶଷ୍ଟ ମାରୁତି କାର ନେଇ ଭୁବନେଶ୍ୱରରୁ ନିଜ କର୍ମଭୂମି ପୁରୀକୁ ଯାଉଥିଲେ। ତେବେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଏକଚାଳିଆ ଗାଁ ଛକ ନିକଟରେ ଶ୍ରୀ ପଣ୍ଡା ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତାକଡ଼ ନୟନଯୋରରେ ପଶିଯିବା ସହିତ ବୁଡ଼ି ଯାଇଥିଲା। ଖବର ପାଇ ପୁଲିସ, ଦମକଳ ଘଟଣାସ୍ଥଳରେ ପହଞ୍ଚି କାରଟିକୁ କ୍ରେନ ସହାଯ୍ୟରେ ବାହାରକୁ ଆଣିଥିଲେ। ସେତେବେଳକୁ କାରରେ ଥିବା ଶ୍ରୀ ପଣ୍ଡାଙ୍କର ମୃତ୍ୟୁ ଘଟି ସାରିଥିଲା। ମୃତ ଶ୍ରୀ ପଣ୍ଡାଙ୍କ ଘର ପୁରୀ ଟାଉନ ଥାନା ଅନ୍ତର୍ଗତ ମଧୁବନ ଅଞ୍ଚଳରେ ବୋଲିି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ପିପିଲି: ନୟନଯୋରି ଭିତରକୁ ପଶିଗଲା କାର, ଜଣେ ମୃତ
/sambad/media/post_attachments/wp-content/uploads/2018/10/pipili.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)