ବୌଦ୍ଧ: ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା- କଣ୍ଟାମାଳ ରାସ୍ତାର ବଡ଼କୁଶଙ୍ଗ ଛକ ନିକଟରେ ଏକ କାର ଦୁର୍ଘଟଣାରେ କଣ୍ଟାମାଳ ବଣିକ ସଂଘ ଉପସଭାପତି ରାଜଗକିଶୋର ପ୍ରଧାନଙ୍କର ମୃତ୍ୟୁ ଘଟିଛି। ଜଣେ ପ୍ରତିଷ୍ଠିତ ଏଲଆଇସି ଏଜେଣ୍ଟ ଭାବେ ଜଣାଶୁଣା ଶ୍ରୀ ପ୍ରଧାନ ଗତକାଲି ରାତିରେ ନିଜ କାର ଚଳାଇ ପାଳଗୋଶରାରୁ କଣ୍ଟାମାଳକୁ ଫେରୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ତାଙ୍କ କାରଟି ରାସ୍ଥା ତଳକୁ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ମିଳିଥିିବା ସୂଚନା ଅନୁଯାୟୀ,ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀ ପ୍ରଧାନଙ୍କର କୌଣସି ସୂଚନା ନ ମିଳିବାରୁ ତାଙ୍କ ପରିବାର ଲୋକେ ପଡୋଶୀମାନଙ୍କ ସହଯୋଗରେ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ କାର ସହିତ ଶ୍ରୀ ପ୍ରଧାନଙ୍କ ମୃତଦେହ କଣ୍ଟାମାଳ- ପାଳଗୋଶରା ରାସ୍ତାର ବଡ଼କୁଶଙ୍ଗ ନିକଟସ୍ଥ ଜଙ୍ଗଲ ରାସ୍ତାର କଦ ନିକଟରେ ଏକ ଖାଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ମନମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ବୌଦ୍ଧ: ଓଲଟିପଡ଼ିଲା କାର, ଯୁବକ ମୃତ
/sambad/media/post_attachments/wp-content/uploads/2019/02/BOUDHA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)