ଯାଜପୁର: ଟ୍ୟାଙ୍କର ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଯାଜପୁର: ଆଜି ସକାଳେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବସ୍‌ଷ୍ଟାଣ୍ଡ ନିକଟରେ ଏକ ଟ୍ୟାଙ୍କର ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଟ୍ୟାାଙ୍କରଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିିବାରୁ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇ ପାରି ନାହିଁ। ଖବର ପାଇ ଧର୍ମଶାଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିିବା ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୧ଟା ୪୫ ମିନିଟ ସମୟରେ ଜାରକା ବସଷ୍ଟାଣ୍ଡରେ ଜଣେ ୪୦ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତି ଓହ୍ଲାଇଥିଲେ। ସେ ବସ୍‌୍‌ରୁ ଓହ୍ଲାଇ ରାସ୍ତା ପାର ହୋଇ ଆରପଟକୁ ଯାଉଥିବା ବେଳେ ଦୃତଗତିରେ ଆସୁଥିବା ଏକ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେହି ବ୍ୟକ୍ତଙ୍କର ମୃତ୍ୟୁ ଘଟିଛିି। ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଗାଡ଼ିନେଇ ଫେରାର ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର