କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ ନେଟୁଆ ଗାଁ ନିକଟରେ ଏକ ଟାଟା ଏସିଇ ଗାଡ଼ି ସହିତ ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଛିି। ଏହି ଦୁର୍ଘଟରାରେ ଜଣେ ଯୁବକଙ୍କର ମୃତ୍ୟୁ ଘଯଇଛି। ଏହି ଘଟଣାକୁ ନେଇ ସେଠରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଡେରାବିଶ ଥାନା ଅନ୍ତର୍ଗତ ନେଟୁଆ ଗାଁର ରମେଶ ମଲ୍ଲିକ ନିଜ ବାଇକ ଯୋଗେ ଯାଉଥିବା ବେଳେ ସାମନାପଟୁ ଏକ ଟାଟା ଏସିଇ ଗାଡ଼ି ଦୃତଗତିରେ ଅସେି ତାଙ୍କ ସାମ୍ନାପଟୁ ଧକ୍କା ଦେଇତଇଲା। ଏହି ଦୁର୍ଘଟରାରେ ଗୁରୂୁତର ଭାବେ ଆହତ ଶ୍ରୀ ମଲ୍ଲିକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ସେଠାରେ ପହଞ୍ଚିବା ପୂର୍ବରୁ ରମେଶଙ୍କର ମୃତ୍ୟୁ ଘଟିସାରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କର ବ୍ୟବଛେଦ ପାଇଁ ପଠାଇବା ସହିତ ଘଟରାର ତଦନ୍ତ କରୁଛି।
କେନ୍ଦ୍ରାପଡ଼ା: ଟାଟା ଏସିଇ- ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ
/sambad/media/post_attachments/wp-content/uploads/2018/06/kendrapara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)