ରାଇରଙ୍ଗପୁର:ଟ୍ରକ୍‌ ଧକ୍କାରେ ଜ୍ୱାଇଁ ମୃତ, ଶାଶୁ ଭାଣିଜୀ ଗୁରୁତର

ରାଇରଙ୍ଗପୁର: ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବିଶୋୟୀ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ନୂଆଗାଁ ପଞ୍ଚାୟତର ଅଶନବଣି ଛକ ନିକଟରେ ଏକ ଟ୍ରକ୍‌ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବାକୁ ଘଟାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ସହିତ ଥିବା ତାଙ୍କ ଶାଶୁ ଓ ଭାଣିଜୀ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ବିଶୋଇ ଥାନା ଅନ୍ତର୍ଗତ ସାନମଣଦା ଗ୍ରାମର ଗୋବିନ୍ଦ କାଲୁଣ୍ଡିଆ ନିଜ ବାଇକ୍‌ରେ ତାଙ୍କ ଶାଶୁ ଓ ଭାଣିଜୀକୁ ନେଇ ଘରକୁ ଫେରୁଥିବା ବେଳେ ଦୃତଗତିରେ ଆସୁଥିବା ଏକ ଟ୍ରକ୍‌ ତାଙ୍କ ବାଇକ ପଛପଟରୁ ଧକ୍କା ଦେଇଥିଲା। ଫଳରେ ରାସ୍ତା ଉପରେ ପଡ଼ି ଶ୍ରୀ କାଲୁଣ୍ଡିଆଙ୍କର ଘଟରାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତାଙ୍କ ଶାଶୁ ଓ ଭାଣିଜୀଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ଶାଶୁଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତ କରାଯାଇଥିିବା ବେଳେ ଭାଣିଜୀଙ୍କୁ ମଣଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସାନମଣଦା ଗ୍ରାମର ଲୋକେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ତେଣୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁୁଝା କରୁଛି।

ସମ୍ବନ୍ଧିତ ଖବର