କନ୍ଧମାଳ: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବସଷ୍ଟାଣ୍ଡରେ ସମ୍ମୁଖ ଗତକାଲି ରାତିରେ ଏକ ବାଲି ବୋଝେଇ ଟ୍ରକ୍ ଚଢ଼ିିଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଯେସନ୍ତ ପ୍ରଧାନ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେବା ସହିତ ଘୁ ଉଦୟଗିରି ବଜାରର ଦୋକାନ ବଜାର ବନ୍ଦ ରହିଛି। ଗତକାଲିି ରାତିରୁ ଘଟଣା ଘଟିଥିଲେ ମଧ୍ୟ ଆଜି ଏ ପର୍ଯ୍ୟନ୍ତ ମୃତଦେହ ସେହିପରି ରାସ୍ତାରେ ପଡ଼ି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଘୁ ଉଦୟଗିରି ବସଷ୍ଟାଣ୍ଡ ସମ୍ମୁଖରେ ଶ୍ରୀ ପ୍ରଧାନ ତଳେ ପଡ଼ି ଯାଇଥିବା ବେଳେ ତାଙ୍କ ମୁଣ୍ଡ ଉପରେ ଏକ ବାଲି ବୋଝେଇ ଟ୍ରକ୍ ଚଢ଼ି ଯାଇଥିଲା। ଟ୍ରକ୍ର ଏକ ଚକ ତାଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ସେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।ଏହାକୁ ନେଇ ଘୁୁ ଉଦୟଗିରିି ବଜାରରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି।
କନ୍ଧମାଳ: ଯୁବକଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ୍
/sambad/media/post_attachments/wp-content/uploads/2018/04/kandhamal-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)