ଢେଙ୍କାନାଳ: ଆଜି ସକାଳେ ଷ୍ଟେସନବଜାର ଅଞ୍ଚଳରେ ନିର୍ମାଣାଧୀନ ଏକ ସୋ ରୁମ ଛାତରୁ ଖସି ପଡ଼ି ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଢେଙ୍କାନାଳ ଷ୍ଟେସନ ବଜାର ଅଞ୍ଚଳର କେଦାର ସାହୁଙ୍କର ଏକ ସୋ ରୁମ୍ ନିର୍ମାଣ କାର୍ଯ୍ୟ ଚାଲିଛି। ଆଜି ଏଠାରେ କାର୍ଯ୍ୟ କରୁଥିବା ବେଳେ ଡେଙ୍ଗୁବରେଣି ଛାଟିଆ ଗ୍ରାମର ସମୀର ବେହେରା(୨୪ ବର୍ଷ) ନାମକ ଜଣେ ଶ୍ରମିକ ଛାତ ଉପରୁ ଖସି ପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଢେଙ୍କାନାଳ: ଛାତରୁ ପଡ଼ି ଶ୍ରମିକ ମୃତ
/sambad/media/post_attachments/wp-content/uploads/2017/10/final_bstSnapshot_734591.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)