କଟକ: ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ, ଅଜା ମୃତ, ନାତି ଗୁରୁତର

କଟକ: ଆଜି ସକାଳେ ଆଗାମୀ ଦଶହରା ଓ ଦିପାବଳୀ ପାଇଁ ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି କିଶାନନଗର ବ୍ଲକ୍‌ ଅନ୍ତର୍ଗତ ରଟିଲୋ ପଞ୍ଚାୟତର ବଇଲୋ ଗ୍ରାମର ଜଣେ ବ୍ୟକ୍ତଙ୍କର ମୃତ୍ୟୁ ଘଟିିଥିବା ବେଳେ ଜଣେ ୫ ବର୍ଷର ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସମ୍ପୃକ୍ତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଛନ୍ତି। ଚିକତ୍ସାଧୀନ ଶିଶୁଟିର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, କିଶାନନଗର ବ୍ଲକ୍‌ ଅନ୍ତର୍ଗତ ରଟିଲୋ ପଞ୍ଚାୟତର ବଇଲୋ ଗ୍ରାମର ଦେବେନ୍ଦ୍ର ସାମଲ(୬୫ ବର୍ଷ) ନିଜ ଘର ପାଖରେ ଦଶହରା ଓ ଦୀପାବଳୀ ପାଇଁ ବାଣ ଭିଡ଼ୁଥିବା ବେଳେ ତାଙ୍କ ପାଖରେ ତାଙ୍କ ୫ ବର୍ଷର ନାତି ସନ୍ଦିପ ସାମଲ ଖେଳୁଥିଲେ। ଏହି ସମୟରେ ଭୟଙ୍କର ଶବ୍ଦ କରି ବିସ୍ଫୋରଣ ଘଟିବା ସହିତ ଉଭୟ ଅଜାନାତି ଗୁରୁତର ଭାବେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ଦେବେନ୍ଦ୍ର ଓ ସନ୍ଦିପଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଦେବେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ।।

ସମ୍ବନ୍ଧିତ ଖବର