ଖୋର୍ଦ୍ଧା: ଆଜି ସକାଳେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚମ୍ପାଗଡ଼ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ରଣପୁର ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣପୁର ଗାଁର ଭରତ ତାଡ଼। ସେ ଗତକାଲି ରାତିରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ଆଜି ସକାଳୁ ଘରକୁ ଫେରୁଥିବା ବେଳେ ଚମ୍ପାଗଡ଼ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସ୍ଥାନୀୟ ଲୋକେ ରସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳଦନ ପ୍ରତ୍ୟାହୃତ ହୋଇଛି।
ଖୋର୍ଦ୍ଧା: ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ
/sambad/media/post_attachments/wp-content/uploads/2018/03/tangi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)