ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଝାରସୁଗୁଡ଼ା ସରବାହାଲ ବାଇପାସ ଛକରେ ଆଜି ସକାଳେଏକ ଇଣ୍ଡିଗୋ କାର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଶହଶହ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଉପସ୍ଥିତ ହୋଇ ରାସ୍ତା ଅବରୋଧ କରିଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରୁଛନ୍ତି।

Advertisment

publive-image
ମିଳିଥିବା ସୂଚନାଅନଯାୟୀ, ଝାରସୁଗୁଡ଼ା ସରବାହାଲ ବାଇପାସରେ ରହିଛି ମାରୁତି ସୋର ରୁମ। ଏହି ସୋ ରୁମ୍‌ରେ କାର୍ଯ୍ୟ କରନ୍ତି ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ଜମେରା ଗାଁର ଅଲେଖ ବାଦୀ(୪୫ ବର୍ଷ)ଙ୍କ ପତ୍ନୀ ଡ଼ୋଲା ବାଗୀ(୪୦ ବର୍ଷ)। ଆଜି ସକାଳେ ଡୋଲା କାମକୁ ବାହାରି ଆସିବା ପରେ ଘରେ କୌଣସି ଜରୁରି ଆବଶ୍ୟକତା ପଡ଼ିିଥିଲା। ଏଥିପାଇଁ ସ୍ୱାମୀ ଅଲେଖ ସାଇକେଲ ନେଇ ଆସି ମାରୁତି ସୋ ରମ୍‌ ପରିସରରେ ପତ୍ନୀ ଡୋଲାଙ୍କୁ ଭେଟିଥିଲେ। ଉଭୟ ପତିପତ୍ନୀ କଥାବାର୍ତ୍ତା ହୋଇ ସାରିବାପରେ ସ୍ୱାମୀ ଅଲେଖ ପୁଣି ସାଇକେଲ ଧରି ଗାଁକୁ ଯିବା ପାଇଁ ବାହାରି ଥିଲେ। ମାତ୍ର ମୁଖ୍ୟ ରାସ୍ତାକୁ ଆସିବା କ୍ଷଣି ଓଆର୧୫ଏଢ଼ ୯୮୬୯ ନମ୍ବର ବିଶିଷ୍ଟ ଇଣ୍ଡିିଗୋ କାରଟି ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଅଲେଖଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା କ୍ଷଣି ସ୍ଥ୍‍ାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାଉପରେ ଅଲେଖଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହିତ ପୁଲିସ ଡ୍ରାଇଭରଙ୍କୁ ଅଟକ ରଖିଛି। ଲୋକେ ରାସ୍ତାରୋକ କରିଥିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହିତ ଅଲୋଚନା କରୁଛି।