ରାଇରଙ୍ଗପୁର: ଗତକାଲିି ବିଳମ୍ବିତ ରାତିରେ ପୂର୍ବ ବିବାଦକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ମାନବୀର ଚଟାଣସାହି ଗାଁରେ ଜଣେ ବ୍ୟକ୍ତିଙ୍କ ଘରକୁ କେତେକ ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି। ଏହି ବୋମାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଗୁରୁତର ଭାବେ ଆହତ ହୋଇଛନ୍ତି। ପତ୍ନୀଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଗୁରୁତର ଆହତ ମହିଳାଙ୍କୁ ରାଇରଙ୍ଗପୁର ସବ୍ ଡିଭିଜନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଚାରଣା ଗାଁର ବାଢ଼ା ବାସ୍କେ (୩୫ ବର୍ଷ) ଓ ପତ୍ନୀ ମାକ୍ର ବାସ୍କେ(୩୩ ବର୍ଷ) ଗତ କିଛି ଦିନ ହେବ ଜାମଦା ଥାନା ଅନ୍ତର୍ଗତ ମାନବୀର ଚଟାଣସାହି ଗାଁରେ ଶ୍ୱଶୁର ଘରେ ରହୁଥିଲେ। ଗତକାଲି ରାତିରେ ସ୍ୱାମୀସ୍ତ୍ରୀ ଝରକା ଖୋଲା ରଖି ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧୧ଟାରୁ ୧୨ ମଧ୍ୟରେ ଲାଗ ଲାଗ ଦୁଇଟି ବୋମା ଘର ଭିତରକୁ ମାଡ଼ ହୋଇଥଲା। ଏଥିରେ ବାଢ଼ ବାସ୍କେଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେବା ସହିତ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ମାକ୍ର ବାସ୍କେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କର କାହା ସହିତ କୌଣସି ବିବାଦ ନ ଥିବା ବେଳେ କିଏ କାହିଁକି ଏପରି ବୋମାମାଡ଼ କରି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛି ତାହା ସେ ଜାଣି ନାହାଁନ୍ତି ବୋଲି ମାକ୍ର ବାସ୍କେ କହିଛନ୍ତି। ଅପରପକ୍ଷେ ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବୋମା ମାଡ଼ ହୋଇଛି। ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହିତ ଘରର କାନ୍ଥ ପାଟି ଯାଇଥିବା ପୁଲିସ କହିଛି।
ରାଇରଙ୍ଗପୁର: ଘର ଭିତରକୁ ବୋମାମାଡ଼, ସ୍ୱାମୀ ମୃତ, ପତ୍ନୀ ଗୁରୁତର
/sambad/media/post_attachments/wp-content/uploads/2018/01/RAIRANGPUR.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)