ଯାଜପୁର: ଡିନାମାଇଟ୍‌ ବିସ୍ଫୋରଣରେ ବୃଦ୍ଧ ମୃତ

ଯାଜପୁର: ନିଜ ପାରିବାରିକ ବିବାଦ ପାଇଁ ଘର ଉପରକୁ ଡିନାମାଇଟ୍‌ ଫିଙ୍ଗିବା ପାଇଁ ଆଣିଥିବା ଜଣେ ବୃଦ୍ଧ ସେହି ଡିନାମାଇଟ ବିସ୍ଫୋରଣରେ ମୃତ୍ୟୁ ବରଣ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପରିବାର ଲୋକେ ପୁଲିସ ନିକଟରେ କରିଥିବା ଅଭିଯୋଗର ଅନୁଯାୟୀ, ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଗୋପାଳପୁର ଗାଁର କହ୍ନେଇ ବେହେରା(୬୦ ବର୍ଷ) ସବୁଦିନ ପରି ଗତକାଳି ରାତିରେ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ, ପୁଅ, ବୋହୁଙ୍କୁ ଗାଳିଗୁଲଜ କରିବା ସହିତ ଘର ବାହାରକୁ ଏକ ଡିନାମାଇଟ ଫିଙ୍ଗି ଦେଇଥିଲେ। ତେବେ ଏଥିରୁ କେବ ଧୁଆଁ ବାହାରି ଥିଲା। କହ୍ନେଇଙ୍କ ଏହି କାର୍ଯ୍ୟରେ ଅତିଷ୍ଠ ହୋଇ ପରିବାର ଲୋକେ ତାଙ୍କ ବିରୋଧରେ ଅଭିଯୋଗ କରିବାକୁ ଗାଁର ଜଣେ ପୂର୍ବତନ ସରପଞ୍ଚଙ୍କ ପାଖକୁ ଯାଇଥିବା ବେଳେ କହ୍ନେଇ ନିଜ ଘର ଭିତରକୁ ଯାଇ ଭିତରକବାଟ ଦେଇ ଦେଇଥିଲେ। ତେବେ ପରିବାର ଲୋକେ ମଧ୍ରସ୍ଥିଙ୍କ ପାଖରୁ ଫେରୁଥିବା ବେଳେ ଏକ ଜୋର ଶବ୍ଦ ଶୁଣିଥିଲେ। ଘର ପାଖରେ ପହଞ୍ଚି ଦେଖିଲା ବେଳକୁ ଡିନାମାଇଟ ବିସ୍ଫୋରଣରେ କହ୍ନେଇଙ୍କର ଶରୀରର ବିଭିନ୍ନ ଅଙ୍ଗ ଉଡ଼ିଯିବା ସହିତ ତାଙ୍କର ମୃତ୍ୟୁ ଘଟିଛି। ଏପରିକି କହ୍ନେଇଙ୍କ ପାଖରେ ଆଉ ଏକ ଡିନାମାଇଟ୍‌ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମ୍ୟୃତଦେହ ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର