ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଦେବଝରନ୍ ପିକ୍ନିକ୍ ସ୍ପଟ୍କୁ ପିକ୍ନିକ୍ କରିବାକୁ ଆସିଥିବା କେତେକ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଆଜି ସକାଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦେବଝରନ ଓ୍ଵାଟରଫଲ ନିକଟରୁ ଏହି ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ମିଳିଥିବା ସୂଚୁନା ଅନୁଯ୍ରୟୀ, ଗତକାଲି କେତେକ ସମ୍ବଲପୁର ଜିଲ୍ଲା ଲପଙ୍ଗା ନିକଟରେ ଥିବା ଏକ ଘରୋଇ ସଂସ୍ଥାର ୧୯ ଜଣ ମେକାନିକାଲ ଷ୍ଟାଫ୍ ପିକନିକ୍ କରିବାକୁ ଦେବଝରନ ଆସିଥିଲେ। ସେମାନେ ସେହି ଓ୍ଵାଟର ଫଲ ନିକଟରେ ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପାଣିରେ ବୁଡ଼ି ଯାଇଥିଲେ ମଧ୍ୟ କେହି ଜାଣି ପାରି ନ ଥିଲେ। ଗାଧୋଇ ସାରି ବାହାରକୁ ଆସି ସଂଖ୍ୟା ୧୮ ହେବାରୁ ସେମାନେ ନିଖୋଜ ଥିବା ଯୁବକକୁ ଖେଜିଥିଲେ। ପରେ ଏ ନେଇ ଗତକାଲି ସନ୍ଧ୍ୟାରେ ଯୁବକମାନେ ଜୁଜୁମୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଆଜି ସକାଳେ ଜୁଜୁମୁରା ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ଯୁବକଙ୍କ ନାମ ଅମରେନ୍ଦ୍ର ଯାଦବ(୩୨ ବର୍ଷ) ଓ ତାଙ୍କ ଘର ବିହାର ବୋଲି ଜଣାଯାଇଛି। ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସମ୍ବଲପୁର: ପିକ୍ନିକ୍ କରିବାକୁଆସି ବୁଡ଼ିଗଲେ ଯୁବକ
/sambad/media/post_attachments/wp-content/uploads/2018/12/Man-Dies-During-Picnic_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)