ପୁରୀ: ନିଆଁ ଲିଭାଇବା ପାଇଁ ପାଣି ଆଣିବାକୁ ଯାଇ ବୁଡ଼ିଗଳେ ଯୁବକ, ରାସ୍ତାରୋକ

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଆରଳ ଗାଁରେ ଘଟିଛି ଏକ ଅଭବନୀୟ ଘଟଣା। ଗତକାଲି ରାତିରେ ଗାଁରେ ଜଣଙ୍କ ଘରେ ନିଆଁ ଲାଗିଯାଇଥିବା ବେଳେ ଏହି ନିଆଁକୁ ଲିଭାଇବା ପାଇଁ ପାଣି ଆଣିବାକୁ ଯାଇ ଜଣେ ଯୁବକ ପୋଖରିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଏହାକୁ କେନ୍ଦ୍ର କରି ଗ୍ରାମବାସୀମାନେ ଦମକଳ ଗାଡ଼ି, ଓ ଆମ୍ବୁଲାନ୍ସକୁ ଅଟକ ରଖିଥିବା ବେଳେ ମୃତ ଯୁବକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ଚନ୍ଦନପୁର- ନିରାକାରପୁର ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଆରଳ ଗାଁର ରବୀନ୍ଦ୍ର ଜେନାଙ୍କ ଘରେ ନିଆଁ ଲାଗିଯାଇଥିଲା। ରାସ୍ତା ଠିକ୍‌ ନ ଥିବାରୁ ଦମକଳ ଗାଡ଼ି ପହଞ୍ଚିବା ବିଳମ୍ବିତ ହୋଇଥିଲା। ଏହି ସମୟ ମଧ୍ୟରେ ଗାଁ ଲୋକେ ପୋଖରିରୁ ପାଣି ଆଣି ନିଆଁକୁ ଆୟତ କରିଥିଲେ। ତେବେ ନିଆଁ ଲାଭିଲା ବେଳକୁ ଜଣାପଡ଼ିଥିଲା ଯେ ପାଣି ଆଣିବାକୁ ପୋଖରିିକୁ ଯାଇଥିିବା ଗାଁର ୨୨ ବର୍ଷୀୟ ଯୁବକ ନବ କିଶୋର ପ୍ରଧାନ ନିଖୋଜ ଅଛନ୍ତି। ଠିକ୍‌ ସେହି ସମୟରେ ଦମକଳ ପହଞ୍ଚିବାରୁ ଲୋକ ପୋଖରିରେ ନବକିଶୋରଙ୍କୁ ଖୋଜିବାକୁ ଦମକଳ ବାହିନୀକୁ କହିଥିଲେ। ଦମକଳ ବାହିନୀ ନବକିଶୋରଙ୍କୁ ଉଦ୍ଧାର କରିବା ବେଳକୁ ସେ ମୃତ୍ୟୁ ବରଣ କରି ସାରିଥିଲେ। ତେବେ ଲୋକେ ଏହି ସମୟ ମଧ୍ୟରେ ଆମ୍ବିଲାନ୍ସକୁ ମଧ୍ୟ ଡକାଇ ଦେଇଥିଲେ। ତେବେ ନବ କିଶୋରଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ଦେଖା ଦେବା ସହିତ ଲୋକେ ଉଭୟ ଦମକଳ ଗାଡ଼ି ଓ ଆମ୍ବୁଲାନ୍ସକୁ ଅଟକ ରଖି ଆନ୍ଦୋଳନ କରିଥିଲେ ଆଜି ସକାଳେ ନୂଆ ଜଗନ୍ନାଥ ସଡ଼କକୁ ଅବରେଶଦ କରି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଖବର ପାଇ ଚନ୍ଦନପୁର ଥାନା ଇନସପେକ୍ଟର, ସଦର ଏସଡିପିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସମ୍ବନ୍ଧିତ ଖବର