ଭଞ୍ଜନଗର: ବାରହା ଶିକାର ପାଇଁ ବିଛାଯାଇଥିିବା ବିଦ୍ୟୁତ ତାରରେ ଲାଗି ଯୁବକ ମୃତ

ଭଞ୍ଜନଗର:ଆଜି ସକାଳେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ହେଉଛି ଗଦେଇ ଗୌଡ଼(୪୫ ବର୍ଷ) ଓ ତାଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାସାରି ଗାଁରେ।ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଶବର ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଶୌଚ ହେବା ପାଇଁ ଗଦେଇ ଯାଉଥିବା ବେଳେ ପୂର୍ବରୁ ବାରହା ଶିକାର ପାଇଁ ଲଗାଇଯାଇଥିବା ବିଦ୍ୟୁତ ସଞ୍ଚାଳିତ ଫାଶରେ ପଡ଼ି ଯାଇଥିଲେ। ଫଳରେ ଗଦେଇଙ୍କ ଦୁଇ ଗୋଡ଼ ଜଳିଯିବା ସହିତ ସେହିଠାରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା

ସମ୍ବନ୍ଧିତ ଖବର