ଓଡ଼ାପଡ଼ା: ହାତୀ ଆକମଣରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଓଡ଼ାପଡ଼ା/ ଢେଙ୍କାନାଳ: ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌୍‌ ଅନ୍ତର୍ଗତ କାଉଁରିଆପାଳ ଗାଁରେ ହାତୀ ଆକ୍ରଅମଣରେ ଅକ୍ଷୟ ମହାନ୍ତି (୪୬ ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସଢ଼ୁ କୃତ୍ତିବାସ ମାଝି ଗୁରୁତର ଭାବେ ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଶ୍ରୀ ମହାନ୍ତିଙ୍କ ଘରେ ଏକ ଭୋଜିର ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେବା ପାଇଁ ତାଙ୍କ ସଢ଼ୁ ଶ୍ରୀ ମାଝି ଭୁବନ ଏକତାଳି ଗ୍ରାମରୁ ଆସିଥିଲେ। ଆଜି ସକାଳେ ଦୁଇ ସଢ଼ୁ ଗାଧୋଇବା ପାଇଁ ପୋଖରିକୁ ଯାଉଥିବା ବେଳେ ହାତୀୟ ପଲ ହାବୁଡ଼ରେ ପଡ଼ିଥିଲେ। ହାତୀ ପଲ ଶ୍ରୀ ମହାନ୍ତିଙ୍କୁ ଧରି କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଶ୍ରୀ ମାଝି ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଖବରପାଇ ବନବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପଞ୍ଚନାମା କରୁଛନ୍ତି।

ସମ୍ବନ୍ଧିତ ଖବର