ଝାରସୁଗୁଡ଼ା: ଟ୍ରକ୍‌ ଧକ୍କାରେ ଲଖନପୁର ଓପନ କାଷ୍ଟ ମାଇନ୍ସର କର୍ମଚାରୀଙ୍କ ମୃତ୍ୟୁ, ଉତ୍ତେଜନା

ଝାରସୁଗୁଡ଼ା: ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଓପନକାଷ୍ଟ ମାଇନ୍ସରେ ଏକ ଟ୍ରକ ଜଣେ କର୍ମଚାରୀଙ୍କ ଉପରେ ଚଢ଼ିଯବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ କର୍ମଚାରୀମାନେ ଆନ୍ଦୋଳନ ଚଳାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ଲଖନପୁର ଓପନ କାଷ୍ଟ ମାଇନ୍ସର କର୍ମଚାରୀ ଅବୋଧ କୁମାର ଚୌଧୁରୀ(୪୦ ବର୍ଷ) ବ୍ରଜରାଜନଗରରୁ ସକାଳେ ଯାଇ ଲଖନପୁର ଠାରେ ପହଞ୍ଚିଥିଲେ। ସେଠରେ ସେ ସସ୍ଥାର ଉପସ୍ଥାନ ଖାତାରେ ଦସ୍ତଖତ କରି କାର୍ଯ୍ୟ କରିବାକୁ ମାଇନ୍ସ ଭିତରକୁ ନିଜର ଓଆର ୨୩-୧୧୦୨ ନମ୍ବର ବାଇକ ଯୋଗେ ଯାଉଥିବା ବେଳେ ଓଆର ୦୯ଡି ୭୫୫୯ ନମ୍ବର ବିଶିଷ୍ଟ ଟ୍ରକ୍‌ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରୀ ଚୌଧୁରୀଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର