ଖୋର୍ଦ୍ଧା: ପଥର ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଳିଙ୍ଗ ମୁଣ୍ଡିଆ ପଥର ଖଣିରେ ବେଆଇନ ଭାବେ ପଥରା ଫଟା ଯାଉଥିିବା ବେଳେ ପଥର ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କଳିଙ୍ଗ ମୁଣ୍ଡିଆ ପଥର ଖଣିରେ ପଥର ଫଟାଯାଉଥିଲା। ତେବେ ଏହି ପଥର ଖଣିରେ କାମ କରୁଥିବା ଶ୍ରମିକ ମାନଙ୍କ ଉପରେ ଉପରୁ ପଥର ଖସିପଡ଼ିଥିଲା। ଫଳରେ ଏକ ବଡ଼ ପଥର ତଳେ ଚାପି ହୋଇ ମଳିପଡ଼ା ଗ୍ରାମର ଟୁଲୁ କଳସ ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ସେହିିପରି ଚନ୍ଦୁକଳସ ନାମକ ଆଉ ଜଣେ ଶ୍ରମିକ ଏଥିିରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ମୁଣ୍ଡିଆରେ କାର୍ଯ୍ୟ କରୁଥିବା ଅନ୍ୟ ଶ୍ରମିକମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର