ଜଗତସିଂହପୁର: ଆଜି ସକାଳେ ଜଗତସିଂହପୁର ଜିଲ୍ଲା ପାରାଦୀପ ଲକ ଥାନା ଅନ୍ତର୍ଗର୍ତ ଭୁତମୁଣ୍ଡାଇ ପୋଲ ନିକଟରେ ଏକ ଟ୍ରକ୍ ଧକ୍କାରେ ନୃସିଂହ ସ୍ୱାଇଁ(୫୫ ବର୍ଷ)ଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥଲେ। ପୁଲିସ ଓ ମାଜିଷ୍ଟ୍ରେଟ୍ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରାକାରୀମାନଙ୍କ ସହିତ ଆଲୋଚନା କରି ରେଡ୍କ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ କୁଜଙ୍ଗ ଥାନା ଅନ୍ତର୍ଗତ ଜଗତି ଗ୍ରାମର ନୃସିଂହ ସ୍ୱାଇଁ ଚାଲିି ଚାଲିି ରାସ୍ତା ପରେ ହେଉଥିବା ବେଳେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/jagatsinghpur.jpg)