ଯାଜପୁର/କୋରେଇ: ଯାଜପୁର ଜିଲ୍ଲା କୋରେଇ ଥାନା ତୁଳତୀ ପଞ୍ଚାୟତ ରେହେମାନପୁର ଗାଁରେ ବିଲକୁ କଚଡା ବାନ୍ଧିବାକୁ ଯାଇ ଜଣେ ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ହେଲେ ଉରେହେମାନପୁର ଗାଁର ଭାଗିରଥୀ ମଲିକଙ୍କ ପୁଅ ରବି ମଲିକ(୪୮)।
ମିଳିଥିବା ସୂଚନା ଅନୁଯାୟୀ, ରବି ଆଜି ସକାଳୁ ବିଲରେ କଟା ହୋଇ ପଡିଥିବା ଧାନକୁ ବିଡା ବାନ୍ଧିବାକୁ ଯାଇଥିଲେ। ତେବେ ବିଲରେ ଛିଡ଼ି ପଡିଥିବା ୧୧ କେଭି ବିଦ୍ୟୁତ ତାର ସମ୍ପର୍କରେ ରବି ଜାଣି ନ ଥିବାରୁ ଅସାବଧାନତାବଶତଃ ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ବିଦ୍ୟୁତ ତାର ରବିଙ୍କ ଦେହରେ ଲାଗି ଯିବାରୁ ଘଟଣାସ୍ଥଳେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବିଲକୁ ଯାଇଥିବା ଅନ୍ୟ ଲୋକେ ରବି ବିଦ୍ୟୁତ ତାରରେ ଲାଗିଯିବା ଦେଖି ତାଙ୍କୁ ଉଦ୍ଧାର କରି ବ୍ୟାସନଗର ଚିକିିତ୍ସାଳୟକୁ ଆଣିଥିଲେ। ମାତ୍ର ସେଠାରେ ରବିଙ୍କୁ ଡାକ୍ତରୁ ମୃତ ଘୋଷଣା କରିଛନ୍ତି।
ଯାଜପୁର: ବିଲକୁ କଚଡ଼ା ବାନ୍ଧିିବାକୁ ଯାଇଥିିବା ବେଳେ ବିଦ୍ୟୁତ ଆଘାତରେ ଯୁବକ ମୃତ
/sambad/media/post_attachments/wp-content/uploads/2018/12/jajpur.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)