ଯାଜପୁର: ବିଦ୍ୟୁତ ଆଘାତରେ ଜଣେ ମୃତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଜବାର ପଞ୍ଚାୟତର ସୁଖଦେଇପୁର ଗ୍ରାମର କନ୍ଦ କିଶୋର ତରାଇ(୬୦ ବର୍ଷ)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଶ୍ରୀ ତରାଇ ଗତକାଲି ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ବାହାରକୁ ଯାଇଥିବା ବେଳେ ଏକ ବିଦ୍ୟୁତ ତାର ତାଙ୍କ ଉପରେ ଛିଡ଼ିପଡ଼ିଥିଲା ଓ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏ ସଂକ୍ରାନ୍ତିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର