ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓଲନ୍ଦା ସାରଙ୍ଗା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦଳୀୟ କର୍ମୀ ସମ୍ମିଳନୀ ପାଇଁ ପତାକା ବାନ୍ଧୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଆଜି ସକାଳେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି। ଖବରପାଇ ବାଲେଶ୍ୱର ସଦର ବିଧାୟକ ଜୀବନପ୍ରଦୀପ ଦାସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ମୃତଦେହ ପଞ୍ଚନାମା କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦିନ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଓ
ଓଲନ୍ଦା ସାରଙ୍ଗା ଗାଁରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଦଳୀୟ କର୍ମୀ ସମ୍ମିଳନୀ ହେବା ପାଇଁ ସ୍ଥିର ହୋଇଥିଲା।ଏଥିପାଇଁ ରାଣିପଦା ଗାଁର ଅକ୍ଷୟ ଜେନା ଗତକାଲିି ବିଳମ୍ବିତ ରାତିରେ ଏହି ସମ୍ପୃକ୍ତ ରାଜନୈତିକ ଦଳର ପତାକା ବାନ୍ଧୁଥିଲେ। ତେବେ ନିକଟରେ ଥିବାଏକ ସ୍କୁଲ ଘର ଛାତ୍ର ଉପରେ ଚଢ଼ି ଶ୍ରୀ ନାୟକ ପତାକା ବାନ୍ଧୁଥିବା ବେଳେ ଆକସ୍ମିକ ଭାବେ ସ୍କୁଲ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଗୁରୁତର ଅବସ୍ଥାରେ ଶ୍ରୀ ନାୟକ ପଡ଼ିଯିବାରୁ ଅନ୍ୟ ସହଯୋଗୀମାନେ ତାଙ୍କୁ ସଙ୍ଗେସଙ୍ଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ନେଇ ଆଜି ସକାଳୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି।
ବାଲେଶ୍ୱର: କର୍ମୀ ସମ୍ମିଳନୀ ପାଇଁ ଦଳୀୟ ପତାକା ବାନ୍ଧୁଥିବା ବେଳେ ବିଦ୍ୟୁତ ଆଘାତରେ ଯୁବକ ମୃତ
/sambad/media/post_attachments/wp-content/uploads/2018/12/Man-Dies-on-Electric-Sock_Baleswar_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)