ଚାଷ କରିବା ପାଇଁ ବିଲକୁ ଯାଇଥିଲେ ପତି-ପତ୍ନୀ; ସ୍ତ୍ରୀଙ୍କ ଆଗରେ ପୋଖରୀରେ ବୁଡ଼ିଗଲେ ସ୍ବାମୀ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଞ୍ଚଳରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଆଗରେ ପୋଖରୀରେ ବୁଡ଼ି ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ ଚାରମାଳ ଥାନା ବାରବାଙ୍କ ଗ୍ରାମର ବିଶ୍ବାମିତ୍ର ପ୍ରଧାନ (୩୮)। ବିଶ୍ବାମିତ୍ର ତାଙ୍କ ପତ୍ନୀଙ୍କ ସହିତ ଚାଷ କାର୍ଯ୍ୟ ପାଇଁ ଜମିକୁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୦ ଟା ବେଳକୁ ପାଖରେ ଥିବା ବନ୍ଧକୁ ଶୌଚ ହେବାକୁ ଯାଇଥିଲେ। ଗୋଡ଼ ଖସିଯିବାରୁ ଗଭୀର ପାଣିକୁ ଚାଲି ଯାଇଥିଲେ। ଦୀର୍ଘ ସମୟ ଧରି ବିଶ୍ବାମିତ୍ର ନଫେରିବାରୁ  ସ୍ତ୍ରୀ ସ୍ବାମୀଙ୍କୁ ଖୋଜି ଖୋଜି ବନ୍ଧ ନିକଟରେ ପହଞ୍ଚିଥିଲେ।

ସ୍ବାମୀ ବୁଡ଼ି ଯାଉଥିବା ଦେଖି ପାଖରେ ଥିବା ଲୋକମାନଙ୍କୁ ଡାକିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ତ ଚିକିତ୍ସାଳୟକୁ ନିଆରଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚାରମାଳ ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ଅନୁସନ୍ଧାନ ଜାରି ରଖିଛି। ସେପଟେ ରେଢ଼ାଖୋଲ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର