କେନ୍ଦ୍ରାପଡ଼ା: ଆଜି ସକାଳେ ଡଙ୍ଗା ଭସାଇବାକୁ ଯାଇ ଜଣେ ଯୁବକ ଗାଁ ପୋଖରିରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି ମାନସ କୁମାର ରାଉତରାୟ(୨୦ ବର୍ଷ)। ପୁଲିସ ସୂତଅ୍ରରୁ ପ୍ରକାଶ ଯେ, ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗାଁର ମାନସ ରାଉତରାୟ ଡଙ୍ଗା ଭସାଉଥିବା ବେଳେ ହଠାତ ପୋଖରିର ଗଣ୍ଡ ମଧ୍ୟକୁ ଚାଲି ଯାଇଥିଲେ। ମାତ୍ର ପହଁରା ଜାଣି ନ ଥିବାରୁ ସେ ବାହାରକୁ ବାହାରି ପାରି ନ ଥିଲେ। ସଙ୍ଗେ ସଙ୍ଗେ ସେଠାରେ ଥିବା ଲୋକେ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପଞ୍ଚି ପୋଖରିରୁ ଶ୍ରୀ ରାଉତରାୟକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
କେନ୍ଦ୍ରାପଡ଼ା: ଡଙ୍ଗା ଭସାଉଥିବା ବେଳେ ବୁଡ଼ି ଗଲେ ଯୁବକ
/sambad/media/post_attachments/wp-content/uploads/2017/11/Sinking_Man.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)