କେନ୍ଦ୍ରାପଡ଼ା: ନଦୀରେ ବୁଡ଼ି ଜଣେ ମୃତ

 

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଉଦୟନଗର ନିକଟ ଗୋବରୀ ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛିି।

ମିଳିଥିବା ସୂଚନା ଅନୁଯାୟୀ, ଉଦୟନଗରର  ନଟବର ଦାସ(୫୬ ବର୍ଷ) ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଗାଧୋଇବା ପାଇଁ ଗୋବରୀ ନଦୀକୁ ଯାଇଥିଲେ। ମାତ୍ର ଗତକାଲି ରାତିରେ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଶ୍ରୀ ଦାସଙ୍କର କୌଣସି ସୂଚନା ମିଳି ନଥିଲା। ତେବେ ଆଜି ସକାଳୁ ତାଙ୍କ ମୃତଦେହ ନଦୀରୁ ଠାବ କରାଯାଇଛି।

ସମ୍ବନ୍ଧିତ ଖବର