ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ସଦର ମହକୁମା ଅନ୍ତର୍ଗତ ଜାଗେସପଦର ଇନ୍ଦିରା କଲୋନିପଡ଼ାର ପରମେଶ୍ବର ମାଝୀ (୫୦) ନିଜ ବେକରେ ଗାମୁଛା ବାନ୍ଧି ଏକ ବରଗଛରେ ଆତ୍ମହତ୍ୟା କରିଛନ୍ତି। ସେ ଗତ ଶନିବାର ଘରୁ ବାହାରି ଆଉ ଫେରି ନଥିଲେ। ସୋମବାର ଥୁଆମୂଳ ପୁଲିସ ଶବ ଜବତ କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ମୃତକଙ୍କ ବଡ଼ ଭାଇ ରେଙ୍ଗଟୁ ମାଝୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଏସ୍ଆଇ ରାସବିହାରୀ ସା କହିଛନ୍ତି।
ବେକରେ ଗାମୁଛା ଦେଇ ଆତ୍ମହତ୍ୟା
/sambad/media/post_attachments/wp-content/uploads/2023/06/dead-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)