ସେମିଲିଗୁଡା: ୫ ମହଲା କୋଠା ଉପରୁ ଅସାବଧାନତା ବଶତଃ ଖସିପଡି ଜଣେ ଯୁବ ଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାରୁ ପ୍ରକାଶ ଯେ ଜୟପୁର ଅଞ୍ଚଳର ରାଜେଶ କୁମାର ଦଳେଇ (୩୮) ପ୍ରାୟ ୧୦ ବର୍ଷ ହେବ ସେମିଳିଗୁଡା ସହରରେ ରହି ଏକ ବିଲଡର୍ସ କମ୍ପାନିରେ ସୁପରଭାଇଜର ଭାବେ କାମ କରୁଥିଲେ। ଆଜି ଦିନ ପ୍ରାୟ ଗୋଟାଏ ବେଳେ ସେମିଲିଗୁଡା ବସଷ୍ଟାଣ୍ଡ ନିକଟରେ ଉକ୍ତ ବିଲଡର୍ସର ଏକ ନିର୍ମାଣଧୀନ ଆପାର୍ଟମେଣ୍ଟର ପାଞ୍ଚ ମହଲା ଉପରକୁ ରାଜେଶ କାମ ତଦାରଖ କରିବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଖସି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଆପାର୍ଟମେଣ୍ଟ ରେ କାମ କରୁଥିବା ଶ୍ରମିକ ତାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇ ଥିଲେ। ଅତ୍ୟଧିକ ରକ୍ତସ୍ରାବ ହଉଥିବା ଯୋଗୁ ରାଜେଶଙ୍କୁ କୋରାପୁଟସ୍ଥିତ ଏସଏଲଏନଏମସିଏଚକୁ ପଠା ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ମେଳାପୀ ଯୁବକ ଭାବେ ରାଜେଶ ସେମିଳିଗୁଡାର ଯୁବଗୋଷ୍ଠୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିବା ବେଳେ ଗୋ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ସୁନାମ ଅର୍ଜନ କରିଥିଲେ। ତାଙ୍କ ଅକସ୍ମାତ ବିୟୋଗରେ ସେମିଲିଗୁଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ସୁନାବେଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ଦାୟର କରିଛି ।
୫ ମହଲା କୋଠାରୁ ଖସିପଡି ସୁପରଭାଇଜରଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2022/06/କୋରାପୁଟ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)