ଝାରସୁଗୁଡ଼ା: ଆଜି ସକାଳେ ଝାରସୁଗୁଡ଼ା ଥାନା ବଢ଼େଇମୁଣ୍ଡା ପୋଖରିରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ସୁରଜ ଅଟ୍ଟି ଓ ବୟସ ୨୨ ବର୍ଷ ହେବ ବୋଲି ଅନୁମନ କରାଯାଉଛି। ବଡ଼ମାଳ ଥାନା ଅନ୍ତର୍ଗତ ହୀରମା ଗାଁ ରେ ସୁରଜଙ୍କ ଘର। ତେବେ କେଉଁ ପରିସ୍ଥିତିରେ ସୁରଜଙ୍କର ମୃତ୍ୟୁ ହୋଇଛି, ଏତେଦିନ ପର୍ଯ୍ୟନ୍ତ ଏହା ଜଣାପଡ଼ି ନ ଥିଲା କିପରି ଆଦି ବିଭିନ୍ନ ପ୍ରଶ୍ନ ନେଇ ପୁଲିସ ତଦନ୍ତ ଚଳାଇଥିବା ବେଳେ ଯୁବକଙ୍କ ମୃତ୍ୟୁ ନେଇ ବିଭିନ୍ନ ସନ୍ଦେହ ମଧ୍ୟ ସୃଷ୍ଟି ହୋଇଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ସୁରଜ ଗତ ସୋମବାର ଦିନ ବଡ଼ମାଳରୁ ଝାରସୁଗୁଡ଼ାର ପାହାଡେଶ୍ୱର ମନ୍ଦିରକୁ ଦର୍ଶନ ପାଇଁ ଆସି ଆଉ ଘରକୁ ଫେରି ନ ଥିଲେ। ଆଜି ସକାଳୁ ବଢ଼େଇମୁଣ୍ଡା ପୋଖରି ନିକଟରୁ ଦୁର୍ଗନ୍ଧ ଆସିବାରୁ ଲୋକେ ପାଖକୁ ଯାଇ ସେଠାରେ ଏକ ମୃତଦେହ ପଡ଼ିଥିବାଦେଖି ପୁଲିସକୁ ଖବର ଦେଇଥିଳେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିଶାସକ୍ତ ଭାବେ ସୁରଜ ପୋଖରିରେ ପଡ଼ି ଯାଇ ଥାଇ ପାରନ୍ତି କିମ୍ବା କେହି ତାଙ୍କୁ ହତ୍ୟା କରିଛନ୍ତି, ତାହା ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।
ଝାରସୁଗୁଡ଼ା: ପୋଖରିରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2018/08/jharsuguda-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)