ସାଲେପୁର: ପ୍ରେମ ସମ୍ପର୍କରୁ ଯୁବକଙ୍କୁ ହତ୍ୟା ଅଭିଯୋଗ

ସାଲେପୁର: କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବାଲିଆ ଶଙ୍କରପୁର ଗ୍ରାମର ଜଣେ ଯୁବକଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଗ୍ରାମର ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା। ମାତ୍ର ଯୁବତୀଙ୍କ ପରବାର ଏହାକୁ ଗ୍ରହଣ କରୁ ନ ଥିଲେ। ତେଣୁ ଏହି ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରି ତାଙ୍କ ଘର ଆଗରେ ଟାଙ୍ଗିି ଦିଆଯାଇଥିବା ମୃତ ଯୁବକଙ୍କ ମାଆ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି।
ସାଲେପୁର ଥାନାରେ ସାକିନା ବିବି ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ଜମୀରଉଦ୍ଦିନ ଟ୍ରକ୍‌ ଚାଳକ ଭାବେ କାର୍ଯ୍ୟ କରନ୍ତି। ସେ ତାଙ୍କ ଘର ପାଖରେ ଜଣେ ଝିଅଙ୍କୁ ଭଲପାଆନ୍ତି। ମାତ୍ର ସେମାନଙ୍କ ବିବାହ ପାଇଁ ୁ ଝିଅ ପରିବାର ରାଜି ନ ଥିଲେ। ଏପରିକି ଜମୀରୁଦ୍ଦିନଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଥିଲା। ଗତକାଲି ସେହି ଝିଅର ଭାଇ ରାତି ୧୦ଟା ବେଳେ ଆସି ଜମୀରୁଦ୍‌ିନଙ୍କୁ ଡାକି ନେଇଥିଲା। ଫେରିଲେ ଘରେ ଖାଇବ ବୋଲି କହିଥିବା ଜମୀରୁଦ୍ଦିିନ ଆଉ ଘରକୁ ପେରି ନ ଥିଲା। ରାତି ୧ଟା ବେଳେ କକୁର ଭୁକିବାରୁ ପରିବାର ଲୋକେ କବାଟ ଖୋଲି ଦେଖିବାରୁ ଜମୀରୁଦ୍ଦିନଙ୍କ ମୃତଦେହ ଘର ଦୁଆରମୁହଁରେ ଝୁଲୁଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ସାଲେପୁର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରଥିଲେ। ତେଣୁ ଜମୀରୁଦ୍ଦିିନଙ୍କୁ ସମ୍ପୃକ୍ତ ଝିଅ ଘର ଲୋକେ ହତ୍ୟା କରିଛନ୍ତି ବୋଲି ସକିନା ବିବି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର